ଯୁକ୍ତ ୩ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣନଗର ବାସିନ୍ଦା ଜଗନ୍ନାଥ ବେହେରା ଓ ସଂଯୁକ୍ତା ବେହେରାଙ୍କ ଝିଅ ଲୋପାମୁଦ୍ରା ବେହେରା ଯୁକ୍ତ ତିନି ଶେଷ ବର୍ଷରେ ଏମ୍ସ ସମ୍ବଲପୁର ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସିଜିପିଏରେ ଶତକଡ଼ା ୯.୫୨ ମାର୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଜହ୍ନାପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ମା ଜଣେ ସୁଗୃହିଣୀ ଅଟନ୍ତି । ଲୋପାମୁଦ୍ରାଙ୍କ ସଫଳତାର ଖବରଶୁଣି ଜହ୍ନାପଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ସେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଲୋପାମୁଦ୍ରା ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି ।

Comments (0)
Add Comment