ବଢିବ କି ମୂର୍ତ୍ତିର ଉଚ୍ଚତା ? ଦିନେ ଦୁଇ ଦିନ ପରେ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଆଗକୁ ପାର୍ବଣ ।  ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଏବେ ବିବାଦ ଘନେଇବାର ଲାଗିଛି । ଏନେଇ ଆଜି ଲୋକସେବାଭବନରେ ବୈଠକ ଶେଷ ହୋଇଛି । ବୈଠକ ପରେ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର। ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।   ପୂଜା ଆଉ ମାସେ ଅଛି । ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।ଆଜି ଦୁର୍ଗା ମୂର୍ତ୍ତିକୁ ନେଇ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।   ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ ।ପୂର୍ବରୁ ରାଜ୍ୟ ସରକାର ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ୪ ଫୁଟ ଏବଂ ଆବଦ୍ଧ ପୂଜା ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ । ଯାହାକୁ ନେଇ ପୂଜା କମିଟି ଶାନ୍ତି କମିଟି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଏହାକୁ ବିରୋଧ କରି ଥିଲେ ତା ସହ ରାଜ ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।

Comments (0)
Add Comment