କମୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: କମୁଛି ଉପରମୁଣ୍ଡରେ ବର୍ଷା । ସେଥପାଇର୍ କମୁଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ନିୟନ୍ତ୍ରଣ ପାଇଁ ୨୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ହୀରାକୁଦରୁ ନିଷ୍କାସିତ ହେଉଛି ୪.୮୭ଲକ୍ଷ କୁ୍ୟସେକ ଜଳ । ଏଥିପାଇଁ ମହାନଦୀ ଫୁଲି ଉଠୁଛି, ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଉଛି । ଏଥିପାଇଁ ତଳିଆ ଅଂଚଳ ଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଏହାରି ଭିିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଉପରେ ମୁଣ୍ଡରେ ବର୍ଷାର ପରିମାଣ କମୁଥିବାରୁ ହୀରାକୁଦ ଜଳସ୍ତର କମୁଛି ଆଉ ହୀରାକୁଦ ଗେଟ ଖୋଲାଯିବ ନାହିଁ ବୋଲି କୁହାଯାଉଛି । ଏହା ଭିତରେ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ଓ ମୁଣ୍ଡଳିରେ ୧୦ଟା ସୁଦ୍ଧା ୬.୨୬ଲକ୍ଷ କୁ୍ୟସେକ ଜଳ ପାସ୍ କରିଛି । ଆଜି ରାତି ୧୨ଟା ସୁଦ୍ଧା ୭ଲକ୍ଷ କୁ୍ୟସେକ ଜଳ ପାସ କରିବ ବୋଲି ସୂଚନା ମିଳିଛି ।

Comments (0)
Add Comment