ଦର ବୃଦ୍ଧି ପ୍ରତିବାଦରେ ପୁରୀରେ ବିଜୁ ମହିଳା ଦଳ ପକ୍ଷରୁ ଧାରଣା

ପୁରୀ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଫଳରେ ଲୋକମାନେ ଏବେ ତ୍ରାହି ତ୍ରାହି ଡାକିଲେଣି । ହେଲେ କେନ୍ଦ୍ର ବିଜେପି ସରକାର ଦରଦାମ ନିୟନ୍ତ୍ରଣ ସମତେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଅହେତୁକ ଦରକୁ ନିୟନ୍ତ୍ରଣ କରୁନାହାଁନ୍ତି । ଏହାର ପ୍ରତିବାଦ ଓଡିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଧାରଣା, ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି । ପୁରୀରେ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମୀ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । କେନ୍ଦ୍ର ବିଜେପି ସରକାର ତୁରନ୍ତ ଶତକ ଅତିକ୍ରମ କରିଥିବା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର କମାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Comments (0)
Add Comment