ବାରିପଦା : ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ବନାଞ୍ଚଳ ଗୁଡ଼ିକରେ ଜାତୀୟ ଐତିହ ପଶୁ ହାତୀଙ୍କୁ ଭୟଭୀତ କରି ଜଙ୍ଗଲ ମାଫିଆମାନେ ମାଲେମାଲ ହେଉଥିବା ବହୁ ପୂର୍ବରୁ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ବିଭିନ୍ନ ଜଙ୍ଗଲରୁ ପଶୁ ଶିକାର ବନ୍ଦ ହେଉନାହିଁ |ଦିନ ଓ ରାତିରେ ବମ୍ ବିସ୍ଫୋରଣ କରି ତଥା ବନ୍ଧୁକରେ ଗୁଳି ଫୁଟାଇ ପଶୁଙ୍କୁ ତରକାଇ କବ୍ଜା କରି ଯେକୌଣସି ପଶୁ ବାଘ,ହାତୀଙ୍କୁ ଶିକାର କରି ଦାନ୍ତ ଓ ଚମଡ଼ା ରାଜ୍ୟରୁ ବାହାର ରାଜ୍ୟ ଯାଏଁ ଚେର ପ୍ରସାର କରି ଏବଂ ବେପାର କରି ମାଲେମାଲ ହେଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଶୁ ଶିକାର ରୋକିବାରେ ବିଫଳ ହେଉଛନ୍ତି |ପ୍ରାପ୍ତ ଖବର ଅନୁସାରେ କେନ୍ଦୁଝର ଜିଲ୍ଲାର ବିଜେପି ରେଞ୍ଜ ଲୁଣଘର ଗ୍ରାମରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି। ଏହି ଘଟଣାରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବନକାଟି ଗ୍ରାମର ଚିତ୍ତରଂଜନ ବଇଠା ଏବଂ କେନ୍ଦୁଝର ସଦର ଥାନା ଅଞ୍ଜର ଗ୍ରାମର ଡାକ୍ତର ମୁଣ୍ଡାଙ୍କୁ ଗିରଫ କରାଯାଇଛି। ଜଙ୍ଗଲ ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବନ୍ୟ ଜନ୍ତୁ ଶିକାର ବନ୍ଦ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି |