ମୂର୍ତ୍ତି ବିବାଦ: ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଥିରେ ପୂର୍ବପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡ଼ିଥିଲା ବାଲୁ ବଜାର ପୂଜା କମିଟି ।

Comments (0)
Add Comment