ଖଜୁରିପଡା ଥାନା ଅଧିକାରୀଙ୍କ ବଦଳି ଦାବି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ଦବଙ୍ଗଗିରି ଅତିଷ୍ଠ ହୋଇ ରବିବାର ସଂଧ୍ୟାରେ ଶତାଧିକ ଉତ୍ତ୍ୟକ୍ତ ଲୋକ ବ୍ୟବସାୟୀମାନେ ପାତ୍ରଙ୍କ ତୁରନ୍ତ ବଦଳି ଦାବୀ କରି ଖଜୁରୀପଡ଼ାଠାରେ ଫୁଲବାଣୀ-ଭୁବନେଶ୍ୱର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଜାରରେ ସମସ୍ତ ଦୋକାନବଜାର ମଧ୍ୟ ବନ୍ଦ ରହିଛି । ସୂଚନାଯୋଗ୍ୟ ଯେ, ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ବିରୁଦ୍ଧରେ ମନମୁଖି କାରବାର, ମାତ୍ରାଧିକ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ସାଙ୍ଗକୁ ସ୍ଥାନୀୟ ଲୋକଙ୍କୁ ମଦ ପିଇ ଦୁର୍ବ୍ୟବହାର ପ୍ରଦର୍ଶନ ଆଦି ଅଭିଯୋଗ ହୋଇଆସୁଥିଲା । ହେଲେ ଲୋକେ ଏହାକୁ ସହିଆସୁଥିଲେ । ତେବେ ଗତକାଲି କୁଆଡେ ବିନା କାରଣରେ ବଜାରକୁ ଆସିଲୋକଙ୍କୁ ଗାଳିଗୁଲଜ କରିବା ସହ ବିଜେପି ଯୁବମୋର୍ଚ୍ଚ଼ା ମଣ୍ଡଳ ସଭାପତି ଖଜୁରିପଡାର ରାଜ କିଶୋର ପ୍ରଧାନଙ୍କ ସମେତ ସରୋଜ ପ୍ରଧାନ, ମୋହିନୀ ପ୍ରଧାନ, ଦଲପଡାଙ୍କୁ ମାଡ଼ ମରାଯାଇଥିବା କାରଣରୁ ଖଜୁରିପଡା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କୁ ତୁରନ୍ତ ଗିରଫ ସହ କୋର୍ଟ ଚାଲାଣ଼ କରିବା ପାଇଁ ଦାବି କରଛନ୍ତି ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଆଇନଜୀବି ଭଗବାନ ମହାନ୍ତି ।

Comments (0)
Add Comment