କଣ୍ଟାମାଳ : ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳରେ ସଂକୁଳସ୍ତରୀୟ ତିନିଦିନିଆ ଯୁବ ରେଡକ୍ରସ୍ ଶିବିରର ଆରମ୍ଭ ହୋଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ଚାରି କଲେଜର ୨୫ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । କଂଟାମାଳ କଲେଜ(+୨ ଏବଂ +୩), ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଲସାଗୋରା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଭବାନୀ ଶଙ୍କର ରାଉତ ରେଡକ୍ରସ୍ ଧ୍ୱଜାରୋହଣ କରିଥିଲେ ଏବଂ ଶିବିରାର୍ଥୀମାନଙ୍କୁ ସ୍ୱେଚ୍ଛାସେବାର ମହନୀୟତା ଉପରେ ବୁଝେଇ ଥିଲେ । ସେହିପରି ବୌଦ୍ଧ ଜିଲ୍ଲାର ରେଡକ୍ରସ୍ ସଂପାଦକ ଏବଂ ବୌଦ୍ଧ କଲେଜର ଅଧ୍ୟାପକ ପ୍ରବୀର କୁମାର ଦାସ ରେଡକ୍ରସ୍ର ଉଦ୍ଭବ ଏବଂ ବିକାଶ ଅଧ୍ୟାପନା କରିବା ସହ ଯୁବ ରେଡକ୍ରସ୍ର ସଂକଳ୍ପ ପାଠ କରାଇଥିଲେ । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଣ୍ଟାମାଳର ଡାକ୍ତର ଜେନା ଏଚ୍ ଆଇ ଭି ଏବଂ ଏଡସ ବିଷୟରେ ଅଧ୍ୟାପନା କରିଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷତା ମହାବିଦ୍ୟାଳୟର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି କରିଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନ କଣ୍ଟାମାଳ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ପୌଲସ୍ତୀ ପ୍ରଧାନ କରିଥିଲେ । ଯୁବ ରେଡକ୍ରସ୍ ପରାମର୍ଶଦାତା ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତଙ୍କ ସହଯୋଗ ଥିଲା ।