ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ପ୍ରଥମେ ପାପଡ଼ାହାଣ୍ଡି ବ୍ଲକ ଗସ୍ତ କରି ଖଲିଗୁଡା ଗ୍ରାମ ପଞ୍ଚୟତ ପାତ୍ରୀ ସ୍ଥିତ ୪୦ ହେକ୍ଟରରେ କାଜୁ ଚାଷ ମଧ୍ୟରେ ମିଶ୍ରିତ ଚାଷ, ଡେଙ୍ଗାଗୁଡା ଗ୍ରାମ ପଞ୍ଚୟତ ଡଙ୍ଗରା ସ୍ଥିତ ୧୦ ହେକ୍ଟର, ଭାଣ୍ଡିଆ ଗ୍ରାମ ପଞ୍ଚୟତ ସ୍ଥିତ ଡେଙ୍ଗାଗୁଡାର ୧୦ ହେକ୍ଟର, ଖୁଟୁବାଇ ପଞ୍ଚାଯତ ଖୁଟୁବାଲର ୪୦ ହେକ୍ଟର ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ । ଏହାସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କୋଷଗୁମୁଡ଼ା ବ୍ଲକ କର୍ଚ୍ଚାମାଳ ପଞ୍ଚାୟତର ଏମଜିଏନଆରଜିଏସ ଯୋଜନାରେ ନିର୍ମାଣ ହୋଇଥିବା ୩୦ ହେକ୍ଟର କାଜୁ ବୃକ୍ଷରୋପଣ ସହ ମିଶ୍ରିତ ଚାଷ ଓ ୨ ଟି ୫-ଟି ମୋ କ୍ଷେତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବା ସହ ଗ୍ରାମର ପୋଖରୀ ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । କର୍ଚ୍ଚାମାଲର ୩୦ ହେକ୍ଟର କାଜୁ ବଗିଚା ଓ ୨ ଟି ୫-ଟି ମୋ କ୍ଷେତ ପୋଖରୀ କାର୍ଯ୍ୟ ଦେଖି ନିର୍ଦ୍ଦେଶକ ଖୁସି ପ୍ରକଟ କରିବା ସହ ହିତାଧିକାରୀମାନେ ଏହି ଯୋଜନା ମାଧ୍ୟମରେ ଅଧିକ ଆତ୍ମନିର୍ଭରଶୀଳ ହେବା ସହ ଆର୍ଥିକ ସ୍ଥିତି ମଜୁବୁତ ହୋଇପାରିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ,୫-ଟି ମୋ କ୍ଷେତ ପୋଖରୀ ହୁଦାରେ ଆମ୍ବ ଗଛ, କଦଳୀ ଗଛ, ପନିପରିବା ଚାଷ କରାଯାଉଥିବାବେଳେ ପୋଖୋରୀରେ ମାଛ ଯାଆଁଳା ଓ ବତକ ଛଡାଯାଇଛି । ଏହି ଗସ୍ତରେ ନିର୍ଦ୍ଦେଶକ ସହ ନବରଙ୍ଗପୁର ପିଡି ୱାଟର ସେଡ ଲକ୍ଷ୍ମୀ ଧର ଜେନା ଉପସ୍ଥିତ ଥିଲେ ।

Comments (0)
Add Comment