ଫୁଲବାଣୀ : ସ୍ୱାଧିନତାର ୭୫ତମ ବର୍ଷ ଅବସରରେ-ଜାତୀୟସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପେଡା ସହାୟତା ଓ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ସହଯୋଗରେ ସ୍ଥାନୀୟ ସମନ୍ନୀତ ସଭାଗୃହରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଶତାଧିକ ଚାଷୀଙ୍କୁ ନେଇ ଆଦିବାସୀ, ହରିଜନ କୃଷକ ଓ ଉତ୍ପାଦକ ଗେଷ୍ଠୀ ସାମଗ୍ରୀ ରପ୍ତାନୀ ପାଇଁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଚେତନ କର୍ମଶାଳାରେ ମୁଖ୍ୟ ଅତିଥି ଭାବେଏ.ଇ.ଓ, ଆପେଡା, କୋଲକାତା ଶୀତାକାନ୍ତ ମଣ୍ଡଳ ଓ ସୁପ୍ରଭା ମଲ୍ଲିକ(ଆପେଡା), ବାଲଗୋପାଳ ବେହେରା ଏ.ପି.ଆଇ, କୋଲକାତା, ସଞ୍ଜିତ ପଟ୍ଟନାୟକ ସି.ଇ.ଓ କସମ, ଡି.ପି.ପୃଷ୍ଟୀ ଏ.ଡି.ଏଚ୍, ବାଲିଗୁଡା, ୟୁ.ପି.ପାଢୀ ବି.ଏ.ଓ, ଜି.ଉଦୟଗିରି, ସୁରେନ୍ଦ୍ର କୁମାର ମନ୍ତ୍ରୀ ଏକ୍ସପୋର୍ଟର, ଭୁବନେଶ୍ୱର, ଡଃ.ସିଦ୍ଧାର୍ଥ କର ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଜି.ଉଦୟଗିରି, ଲିପ୍ସାରାଣୀ ଦଳବେହେରା ଏ.ଏଚ.ଓ, ରାଇକିଆ, ବନାନୀ ପ୍ରୀୟଦର୍ଶନୀ ଏ.ଏଚ.ଓ, ଚକାପାଦ, ରାଜେଶ୍ ଆରେସୱାଲ ଏ.ଏଚ.ଓ, ଟିକାବାଲି ଯୋଗଦେଇ ଚାଷୀ ମାନଙ୍କୁ ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କଲେ କେଉଁ ଚାଷ ହୋଇପାରିବ, ବିହନ ବିଶୋଧନ ଦ୍ୱାରା ଫସଲ ନଷ୍ଟ ହେବନାହିଁ, ଧାଡି ରୁଆ ଦ୍ୱାରା ଅଧିକ ଅମଳ ହୋଇପାରିବ ଏସବୁ ବିଷୟରେ ଚାଷୀ ଭାଇ ମାନେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ । ଏଥି ସହିତ ଜିଲ୍ଲାର ୧୦ ଜଣ ଚାଷୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଶତାଧିକ ଚାଷୀ ଚାଷର ସୁବିଧା ଅସୁବିଧା ସମ୍ପର୍କରେ ଅତିଥି ମାନଙ୍କୁ ବହୁ ପ୍ରଶ୍ନ ପଚାରି ବୁଝିଥିଲେ । ଏକ୍ସପୋର୍ଟ ଶ୍ରୀ ମନ୍ତ୍ରୀ ନିଜ ବକ୍ତବ୍ୟରେ ଆଦିବାସୀ ଓ ହରିଜନ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ନିଜେ କ୍ରୟ କରିବାକୁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ୱାତୀର ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବାବେଳେ କର୍ମୀ ଗୀରିଶ ଚନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ସହଯୋଗ କରିଥିଲେ ।