ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ମାଟ୍ରିକ ଭଳି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇର ମୂଲ୍ୟାୟନ କରାଯାଇଛି । ମାଟ୍ରିକ ପରୀକ୍ଷା ଫଳ ଓ ଯୁକ୍ତ ଦୁଇ ପ୍ରାକ୍ଟିସ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯାଇଛି । ସିବିଏସଇର ପଦ୍ଧତିକୁ ବି ଅନୁସରଣ କରାଯାଇଛି ।
ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଫଳ ବି ବେଶ ଭଲ ହେବବୋଲି ଆଶା କରାଯାଉଛି । ପରୀକ୍ଷା ଫଳହାର ଓ ନମ୍ବର ମଧ୍ୟ ବୃଦ୍ଧି ପାଇବ । ଅପରପକ୍ଷରେ ମାଟ୍ରିକ ଭଳି ଯୁକ୍ତ ଦୁଇ ଫଳାଫଳରେ ବେଶୀ ଦ୍ୱନ୍ଦ୍ୱ ଉପୁଜିନପାରେ । ସେହିପରି ପରୀକ୍ଷା ଫଳହାର ବି ୯୦% ଟପିବ ବୋଲି ଜଣାପଡ଼ିଛି । ଛାତ୍ରଛାତ୍ରୀମାନେ https://cbseresults.nic.in ରୁ ନିଜର ରେଜଲ୍ଟ ଜାଣିପାରିବେ ।
ଅପରପକ୍ଷରେ ୩୧ରେ ସିଏଚଏସଇର ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ତେବେ କଳା ପରୀକ୍ଷା ଫଳ ବିଳମ୍ବିତ ହେବବୋଲି କୁହାଯାଇଛି ।