ବେଆଇନ ନିର୍ମାଣକୁ ଉଚ୍ଛେଦ କଲା ପ୍ରଶାସନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର କଣ୍ଟାବାଞ୍ଜିରେ ଦିନକୁ ଦିନ ବଢ଼ି ଚାଲିଛି ସରକାରୀ ଜମି ଜବରଦଖଲ ଓ ନିର୍ମାଣ କାର୍ଯ୍ୟ । ଏହାକୁ ନେଇ ଜନସାଧାରଣ ପ୍ରଶାସନକୁ ଅଭିଯୋଗ କରିବା ପରେ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କରିଛି । ସହରର ମୁଖ୍ୟ ସାଇ ସେଣ୍ଟ୍ରାଲ କାଦୋପଡାର ପଛପଟ ସରକାରୀ ଜମିରେ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଏଥି ସହ ଗୁଡିଘାଟ ଛକ ବିନାୟକ ଟ୍ରେଡର ସାମ୍ନାରେ ବାଉଣ୍ଡ୍ରି ଗେଟ ଉପରେ ପ୍ରଶାସନିକ ଜେସିବି ଚାଲିଛି । ସେହିପରି ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ନାଳ ଉପରେ ନିର୍ମାଣ ହୋଇଥିବା ସମସ୍ତ ନିର୍ମାଣକୁ ମଧ୍ୟ୍ୟ ଉଚ୍ଛେଦ କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ସେମି ଜୟ ଶ୍ରୀ ରେଡ୍ଡୀ । ଏହି ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ଅଶୋକ ମାଂଝି, ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର, ଆରଆଇ ବଡ଼ମାଳି ବାରିକ ଓ ଶାନ୍ତି ଶୃଙ୍ଖଳା ଦୃଷ୍ଟିକୋଣରୁ ପୋଲିସ ଦଳ ମୁତୟନ ଥିଲେ ।

Comments (0)
Add Comment