ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ଅଫିସ ଘେରାଉ କଲା ବଡଚଣା ବିଜେପି

ଚଣ୍ଡିଖୋଲ : ବଡଚଣା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ବଡଚଣା ବିଦ୍ୟୁତ ଅଫିସକୁ ଘେରାଉ କରଯାଇଥିଲା । ପାଞ୍ଚ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବଡଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ସହ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ପ୍ରଦାନ କରଯାଇଥିଲା । ଦାବୀଗୁଡିକ ମଧ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହର, ଲୋଭଟେଜ ସମସ୍ୟାର ସମାଧାନ କରିବା, ଅଘୋଷିତ୍‌ ବିତ୍ୟୁତ୍‌ କାଟକୁ ବନ୍ଦ କରିବା କୃଷି କ୍ଷେତ୍ରକୁ ସବସିଡି ଦେବା, ପୁରୁଣା ବକେୟା ବିଲ ସଂଗ୍ରହ ସମୟରେ ଜୁଲୁମ ବନ୍ଦ କରି ବିଦ୍ୟୁତ ଯୋଗାଣ କରିବା ଆଦି ରହିଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଧାରଣ ସମ୍ପାଦକ ଦେବଯାନୀ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ଜେନା, ସମିତି ସଭ୍ୟ ପ୍ରିତମ ନାୟକ, ବବିତା ରାଉତ, ମଣ୍ଡଳ ସଭାପତି ପ୍ରଦୀପ ସାମଲ ଦେବେନ୍ଦ୍ର ଜେନା, ବେଣୁଧର ବିଶ୍ୱାଳ ସହ ଚିନ୍ମୟ ସାହୁ, ନିରଞ୍ଜନ ମହାନ୍ତି, ବାଇଧର ସେନାପତି, ପ୍ରଭାକର ମଲିକ, ନାରୟଣ ସାମଲ, ସମରେଦ୍ର ପରିଡା, ପୂର୍ଣ୍ଣିମା ମିଶ୍ର, ସମେତ ବଡଚଣା ଅଞ୍ଚଳର ବହୁତ ବିଜେପି ନେତା କର୍ମୀ ଘେରାଉରେ ସାମିଲ ହୋଇଥିଲେ ।

Comments (0)
Add Comment