ଲଗାଣ ବର୍ଷାରେ ଉଜୁଡିଗଲା ଧାନ ଚାଷ, ଚାଷୀକୁଳ ହତାଶ

ଗଞ୍ଜାମ : ଦୁଇ ଦିନିଆ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ ବିଶେଷ ଭାବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ବର୍ଷ ର ପରିଶ୍ରମ ଧୋଇହେଇଗଲା ବର୍ଷା ଜଳରେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜନଜୀବନ ବେହାଲ ହୋଇ ପଡ଼ିଥିବା ବେଳେ ଧାନ ଚାଷ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ବିଶେଷ କରି କବିସୂର୍ଯ୍ୟ ନଗର ବ୍ଲକର ସିଆଳିଆ, ଖରିଡା,ପାଇକଯମୁନା, ନୂତନ କନ୍ଧଖରିଡା,ବାଉଁସିଆ, କନିଆରୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କବିସୂର୍ଯ୍ୟନଗର ସହରକୁ ଲାଗି ରହିଥିବା ଅଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ଧାନ ଚାଷ ଜମିରେ ଆଣ୍ଠୁଏ ଉଚ୍ଚାର ବର୍ଷା ଜଳ ଜମି ରହି ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି, ଅନ୍ୟପଟେ ଚାଷୀ ନିଜ ଧାନକୁ ଛାଣି ଛାଣି ପାଣି ଘରରୁ ବାହାର କରୁଥିବା ଦେଖିବାକୁ ମିଳିଛି । ବର୍ଷ ସାରା ଦୁଃଖକଷ୍ଟରେ ଚାଷୀ ଧାନ ଚାଷ କରି ସେଥିରୁ ବର୍ଷ ତମାମ ଚଳିବାକୁ ଆଶାରଖି ଥିବା ବେଳେ ବର୍ତ୍ତମାନ ଲଗାଣ ବର୍ଷାରୁ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଥିବା କାରଣରୁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ କ୍ଷୟକ୍ଷତିର ଆକଳନ ଲାଗି ସ୍ଥାନୀୟ ତହସିଲଦାର, ଆରଆଇ ଓ କୃଷି ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

Comments (0)
Add Comment