ରିଲାଏନ୍ସ ଜିଓ ଟାୱାରରେ ନିଆଁ, ସେବା ବ୍ୟାହତ

ଦାରିଙ୍ଗବାଡି : ରବିବାର ସନ୍ଧ୍ୟାରେ ଦାରିଙ୍ଗବାଡି ଚାରିଛକ ନିକଟରେ ଥିବା ରିଲାଏନ୍ସ ଜିଓ ମୋବାଇଲ ଟାୱାରରେ ସଟ୍‌ ସର୍କିଟ ଯୋଗୁଁ ଡିଜି (ଜେନେରେଟର)ରେ ନିଆଁ ଲାଗିଯାଇଛି । ନିଆଁର ପ୍ରକୋପ ଅଧିକ ହେବାରୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଫଳରେ ବର୍ତ୍ତମାନ ଦାରିଙ୍ଗବାଡ଼ିରେ ଜିଓ ସେବା ଅଚଳ ହୋଇଯାଇଛି । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments (0)
Add Comment