ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ମହୀଧର ରଣା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୁକାପଡାଠାରେ ନିର୍ମାଣ ହେଉଥିବା ୫୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ପ୍ରକଳ୍ପ ଅଧିକାରୀଙ୍କ ସହିତ ସେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ରଣା ଆସନ୍ତା ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁରେ ପାଇପ ପକାଇବା କାମ ଏବଂ ସବୁ ଗ୍ରାମରେ ପାଣି ଟ୍ୟାପ୍‌ ଲଗାଇବା କାମ ସାରିବାକୁ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହାନଦୀର ପାଣିକୁ ଲୁକାପଡାଠାରେ ବିଶୋଧନ କରି କଣ୍ଟାମାଳ ବ୍ଲକର ୨୪ଗୋଟି ପଞ୍ଚାୟତ ଏବଂ ବୌଦ୍ଧ ବ୍ଲକର ୧୨ଗୋଟି ପଞ୍ଚାୟତକୁ ପହଞ୍ଚାଯିବ । ଫଳରେ କଣ୍ଟାମାଳ ବ୍ଲକ ଏବଂ ବୌଦ୍ଧ ବ୍ଲକର ୩୬ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ତଥା ସମସ୍ତ ପରିବାରକୁ ପିଇବା ପାଣି ଟ୍ୟାପ୍‌ ଯୋଗେ ପହଞ୍ଚା ଯାଇପାରିବ ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ଘରକୁ ବିଶୁଦ୍ଧ ଜଳ ଯୋଗାଇ ଦିଗରେ ଗୁରୁତ୍ୱ ଦେଉଛନ୍ତି ।

Comments (0)
Add Comment