ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ଆସନ୍ତାକାଲି ୱେବସାଇଟ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫ ଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ହଜାର ୪୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।