ଯୁବ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପୁରୀ: ଯୁବ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପୁରସ୍କୃତ କରିଛନ୍ତି । “ଶ୍ରୀକ୍ଷେତ୍ରରୁ ସାହିଜାତ’ ଶୀର୍ଷକ ଫିଲ୍ମକୁ ୬୭ ତମ ଜାତୀୟ ଚଳଚ୍ଚିତ୍ର୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ରୂପେ ଏହା ସ୍ଥାନ ପାଇଛି । ତେବେ ଆଜି ଆଶୁତୋଷ ପୁରୀ ପହଂଚିବା ପରେ ତାଙ୍କୁ ପୁରୀରେ ତାଙ୍କ ସାଙ୍ଗ ସାଥି ଓ କଳା ପ୍ରେମୀ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ପରେ ଆଶୁତୋଷ ଶ୍ରୀମନ୍ଦିର ଯାଇ ପତିତପାବନଙ୍କୁ ଦର୍ଶନ କରି ଦୀପ ଦାନ କରିଥିଲେ । ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ନେଇ ଆଶୁତୋଷ ବେଶ ଖୁସି ପ୍ରକଟ କରିଛନ୍ତି । ଶ୍ରୀକ୍ଷେତ୍ରର କଳା ସଂସ୍କୃତିକୁ ନେଇ ସେ ଆହୁରି ଫିଲ୍ମ କରିବେ ବୋଲି କହିଛନ୍ତି । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ସମ୍ଭବ ହୋଇଥିବା ପ୍ରତିକ୍ରିୟାରେ ଆଶୁତୋଷ କହିଛନ୍ତି ।

Comments (0)
Add Comment