ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ନୟାଗଡ଼ ଡ଼ାକ୍ତରଖାନା । ରୋଗୀ ମାନଙ୍କ ସୁବିଧା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିଚାଳନାର ଅଭାବ ଲାଗି ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଠିକ୍‌ ରେ ପାଣି ନ ମିଳିବାରୁ ରୋଗୀମାନେ ଡାୟାଲିସିସି୍‌ ହୋଇପାରୁନାହିଁ । ଡାୟାଲିସିସ୍‌ ହେବାପାଇଁ ରୋଗୀ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ମଧ୍ୟ ନିରାଶ ହୋଇ ଫେରୁଛନ୍ତି । ଆଇସିୟୁ କେତେବେଳେ ଖୋଲୁଛି କେହି ଜାଣନ୍ତି ନାହିଁ ।
ଯେତେବେଳେ ଦେଖିଲେ ତାଲା ଝୁଲୁଥାଏ । ସେହିପରି ଗର୍ଭବତୀ ମହିଳାମାନଙ୍କ ପାଇଁ ଡାକ୍ତରଖାନା ଭିତରେ ସରକାର ଅଟ୍ରାସାଉଣ୍ଡ୍‌ ର ସୁବିଧା କରିଛନ୍ତି । ଯେତେବେଳେ ପଚାରିଲେ ମେସିନ ଖରାପ ଅଛି କହି ଫେରା ଯାଉଛି । ମାସ ମାସ ବିତିଗଲେ ବି ମେସିନ ଠିକ୍‌ ହୋଇପାରୁନାହିଁ ।
କିଛି କର୍ମଚାରୀ ବାହାରେ ହୋଇଥିବା ଅଟ୍ରାସାଉଣ୍ଡ୍‌ କ୍ଲିନିକ୍‌ ସହିତ ଭିତିରି ସମ୍ପର୍କ ରଖି ଏପରି କରୁଥିବା ଶୁଣିବାକୁ ମିଳୁଛି । ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନିମନ୍ତେ ଦାବି ହେଉଅଛି ।

Comments (0)
Add Comment