ଗଞ୍ଜାମ ପାଇଁ ନୂତନ ଉପଲବ୍ଧି ଆଣିଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’

ବ୍ରହ୍ମପୁର: ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ ପଞ୍ଚମ କ୍ଷୁଦ୍ର ଚଳଚ୍ଚ଼ିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚ୍ଚ଼ିତ୍ର ମହୋତ୍ସବରେ ସାଉଁଟିଲା ପ୍ରଶଂସା । ଦେବଦୂତ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନ୍ୟାସନଲ ଫିଲ୍ମ ଫେଷ୍ଟିବଲରେ ପାଞ୍ଚୋଟି ବିଶେଷ ବିଭାଗରେ ଆଠରୁ ଅଧିକା ପୁରସ୍କାର ହାତେଇଛି । ଏହି ଚଳଚ୍ଚ଼ିତ୍ର ମହୋତ୍ସବ ଅଷ୍ଟ୍ରେଲିଆର YSA ସ୍କ୍ରିନ ମିଡିଆ ଏବଂ GVKM ଏଲିଫଣ୍ଟ ପିକଚର୍ସ ଅଷ୍ର୍ଟ୍ରେଲିଆର ମିଳିତ ସହଭାଗିତାରେ ଭାରତର ପ୍ରାୟ ୧୨୦୦ ଏବଂ ବିଦେଶରୁ ୮୦୦ରୁ ଅଧିକା ଚଳଚ୍ଚ଼ିତ୍ର ଅଂଶଗ୍ରହଣ କରିଥିଲେ । ତେବେ ସମସ୍ତ ବିଭାଗରୁ ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚ଼ିତ୍ରରେ ତୃତୀୟ ସ୍ଥାନ ପ୍ରାପ୍ତ କରିଥିବା ବେଳେ ସର୍ବଶ୍ରେଷ୍ଠ ପ୍ରଯୋଜନା ବିଭାଗରେ ଚତୁର୍ଥ ସ୍ଥାନ ହାସଲ କରିଛି ସନ୍ୟାସୀ ମହାରଣାଙ୍କ ନିର୍ଦ୍ଦେଶିତ ପ୍ରଯୋଜିତ ଦେବଦୂତ । ତାସହ ଶ୍ରେଷ୍ଠ କାହାଣୀ ସଂଳାପ ପାଇଁ ଯୁବକବି ରତ୍ନାକର ଶୀୟ, ଶ୍ରେଷ୍ଠ ଚିତ୍ରତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ସର୍ବଶ୍ରେଷ୍ଠ ପୋଷ୍ଟର ପାଇଁ ସ୍ମାର୍ଟ ଡିଜିଟାଲର ଟିକିରି ବେହେରା ବିଶେଷ ବିଚାରକ ସମ୍ମାନରେ ସମ୍ମାନିତ ହୋଇ ଗଂଜାମ ମାଟି ଏବଂ କ୍ଷୁଦ୍ର ଚଳଚ୍ଚ଼ିତ୍ର ପାଇଁ ଏକ ନୂତନ ଉପଲବ୍ଧି ଆଣିଦେଇଛି ଦେବଦୂତ । ତେବେ ତାସହ ଭିନ୍ନ ଏକ କାହାଣୀ ଏବଂ ପରିକଳ୍ପନା ନେଇ ପ୍ରସ୍ତୁତ ଏହି ସଂକଳନ ପୂର୍ବରୁ ମଧ୍ୟ ଦୁଇଟି ଜାତୀୟସ୍ତରର ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲା । କିନ୍ନରମାନଙ୍କର ସଂଘର୍ଷ ଏବଂ ସମର୍ପଣର କାହାଣୀକୁ ନେଇ ଯୁବ ସିନେ ନିର୍ଦ୍ଦେଶକ ସନ୍ୟାସୀ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଚିତ୍ର ଭାରତୀ ସମ୍ମାନ ପାଇଁ ବି ମନୋନୟନ ପ୍ରକ୍ରିୟାରେ ଅଛି । ଏଇଥିରେ ଅଭିନୟରେ ନିଜର ପ୍ରଚେଷ୍ଟା ଦେଖାଇ ଥିବା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ଅଭିନେତା ମଧୁସୂଦନ ମିଶ୍ର ଏବଂ କିନ୍ନର ଭୂମିକାରେ ଆଇଶାଙ୍କର ଅଭିନୟ ପାଇଁ ତାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବରେ ସମ୍ମାନିତ କରାଯାଇଅଛି । ଏଭଳି ଏତେ ସବୁ ବିଭାଗରେ ଏଭଳି ଅନେକ ସମ୍ମାନ ହାସଲ କରିଥିବା ଯୋଗୁ ଏହି ଚଳଚ୍ଚ଼ିତ୍ରର ନିର୍ମାତାଙ୍କୁ ବହୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଅନେକ ବୁଦ୍ଧିଜୀବୀ ଏଭଳି ଚଳଚ୍ଚ଼ିତ୍ର ମାଧ୍ୟମରେ ଈଶା ଭିଜନ ଏବଂ ସନ୍ୟାସୀ ମହାରଣାଙ୍କ ଉଦ୍ୟମକୁ ବହୁ ପ୍ରଶଂସା କରାଯାଇଛି । ଏହି ଚଳଚ୍ଚ଼ିତ୍ର ନିର୍ମାଣ ଦିଗରେ ଚିତ୍ରତ୍ତୋଳନରେ ଟୁଟୁ ପ୍ରଧାନ ଏବଂ ସହଯୋଗୀ ଶୀତିଶ ମିଶ୍ର ସହଯୋଗ କରିଥିବା ବେଳେ ସମ୍ପାଦନା ଦାୟିତ୍ୱରେ ତେଜେଶ୍ୱର ସାମଲ ଥିଲେ । ଏକାନ୍ତ ସହଯୋଗୀ ଭାବରେ ଚିନ୍ମୟ ରଞ୍ଜନ ମିଶ୍ର,ରବୀନ୍ଦ୍ର ନାଥ ସାହୁ,ବିକାଶ ମହାରଣା, ବାଲ୍ମୀକି ବିଷୋୟୀ ଏବଂ ସଦାନନ୍ଦ ସାହୁ ସହଯୋଗ ପ୍ରଦାନ କରିଥିଲେ । ମାର୍ଗଦର୍ଶକ ଭାବରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ସୁଦୀପ ସାହୁ,ମେଜର ରମାରମଣ ପାଢୀ, ବାବୁଲା ମହାପାତ୍ର ଏବଂ ଡା. ବିମଲ କୁମାର ପଣ୍ଡା ମାର୍ଗଦର୍ଶକ ଭାବରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ନିଜର ଅଭିମତ ଦେଇଥିଲେ ।

Comments (0)
Add Comment