ପାଟଣାଗଡ଼ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ

ପାଟଣାଗଡ଼ :ସମଗ୍ର ଶିକ୍ଷା ବଲାଙ୍ଗୀର ଓ ପାଟଣାଗଡ଼ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞପିତ ଅଞ୍ଚଳରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଆଜି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଯୋଗ ଦେଇ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ସହ ଏହାର ଲକ୍ଷ୍ୟ ଉଦେଶ୍ୟ ଉପରେ କହିଥିଲେ । ଏହା ପରେ ଏହି ରଥ ପାଟଣାଗଡ଼ ୧୭ ଗୋଟି କ୍ଳଷ୍ଟରରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ୫ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ସ୍କୁଲ ବନ୍ଦ ରହି ଥିବା ଯୋଗୁ ମୁଖ୍ୟତଃ ଭାବେ ଛଅରୁ ଚଉଦ ବର୍ଷ ପିଲାମାନେ ଯେପରି କେହି ଅଧାରୁ ପାଠ ଛାଡିବେ ନାହିଁ, ସମସ୍ତେ ଯେପରି ସ୍କୁଲରେ ପାଠ ପଢିବେ, ମଧ୍ୟାହ୍ନ ଭୋଜନ ,ଡ୍ରେସ, ସ୍ୱାସ୍ଥ୍ୟ, ଖେଳ, ମୋ ଅଭିଯାନ, ଶାରୀରିକ, ସଂସ୍କୃତିକ, ଏବଂ ବାଧିତ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ବିଷୟରେ ସେଥିପାଇଁ ଜନ ସଚେତନ ପାଇଁ ଏହି ରଥକୁ ପରିକ୍ରମା କରାଯିବ ବୋଲି ଅତିଥି ମାନେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ବଦଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ବିରଞ୍ଚି ମହଲା, ଦୀପକ ସାହୁ, ତ୍ରିଲୋଚନ ମେହେର, ଜୟଦେବ ସୁନା, ଅନାଦି ବିଶିଙ୍କ ସମେତ ସମସ୍ତ ଷ୍ଟାଫ, କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment