ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ ପିପିଲିରେ ବିଜେଡିର ପ୍ରତିବାଦ

ପୁରୀ : ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁକୁ ଓହ୍ଲାଇ ପ୍ରତିବାଦ କରିଛି ବିଜେଡ଼ି । ରାଜ୍ୟ ବ୍ୟାପୀ ଏହି ପ୍ରତିବାଦ କରାଯାଉଥିବା ବେଳେ ପିପିଲିରେ ମଧ୍ୟ ଏହା କରିଛି ବିଜେଡ଼ି । ଛାତ୍ର, ଯୁବ ଓ ମହିଳା ବିଜେଡ଼ିର ଶତାଧିକ କର୍ମୀ ପିପିଲି ଚର୍ଚ୍ଚ ଛକରୁ ଶୋଭାଯାତ୍ରାରେ ବାହାରି ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି ଏଲପିଜି ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଗ୍ୟାସ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିବା ବେଳେ ପିପିଲି ବିଡ଼ିଓ ରଶ୍ମିତା ନାଥ ଷଡ଼ଙ୍ଗୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment