ଆଜି ପୁଣି ୪୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ସରକାରୀ ପରିସଂଖ୍ୟାନ ଅନୁସାରେ ସମ୍ବଲପୁର ଜିଲ୍ଲାର ସ୍ଥିତି କ୍ରମଶଃ ଉନ୍ନତି ଆଡକୁ ଗତିକରୁଛି । କିନ୍ତୁ ଏହା କେତେଦୂର ବିଶ୍ୱାସଯୋଗ୍ୟ, ଏବିଷୟରେ ନିଶ୍ଚିତ ଭାବରେ କିଛି କହି ହେଉନାହିଁ । କରୋନା ସଂକ୍ରମଣ ଯୋଗୁଁ ଏଠାରେ ଦୈନିକ କେହି ନା କେହି ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି, ଏପରିକି ପ୍ରତିଦିନ ଏକାଧିକ ମୃତ୍ୟୁ ଘଟୁଛି, କିନ୍ତୁ ପ୍ରଶାସନ ଏହାକୁ ଆଦୌ ସ୍ୱୀକାର କରୁନାହାନ୍ତି । ଦୈନିକ ନ ଛାଡନ୍ତୁ ସପ୍ତାହରେ କେବେ କେମିତି ଗୋଟିଏ କି ଦୁଇଟି ମୃତ୍ୟୁ ଦର୍ଶାଯାଉଛି । ଅନ୍ୟ କୌଣସି ବିକଳ୍ପ ନାହିଁ, ଏଣୁ ସମସ୍ତଙ୍କୁ ବାଧ୍ୟହୋଇ ସରକାରୀ ପରିସଂଖ୍ୟାନ ଉପରେ ନିର୍ଭର କରିବାକୁ ପଡୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ରେ ନୂଆ ପଜିଟିଭ ଭାବରେ ୪୦ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ଚିହ୍ନଟଙ୍କ ସଂଖ୍ୟା ୭୭୩୦ ହୋଇଛି ଓ ଏମାନଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ ହୋଇଛି, ଏଣୁ ମୃତ୍ୟୁହାର ୦.୩୮ ପ୍ରତିଶତ ରହିଛି । ଏହା ବ୍ୟତିତ ୯୩.୫୬ ପ୍ରତିଶତ ସୁସ୍ଥତାହାର ସହିତ ୭୭୩୦ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ମାତ୍ର ୬.୦୭ ପ୍ରତିଶତ ଅର୍ଥାତ ସକ୍ରିୟ ୫୦୬ ଜଣଙ୍କ ବିଭିନ୍ନ ସ୍ଥାନ ରେ ଚିକିତ୍ସା ଚାଲିଛି । ସୁସ୍ଥତାହାରରେ ବୃଦ୍ଧି ଯୋଗୁଁ ବର୍ତ୍ତମାନ କୋଭିଡ ଚିକିତ୍ସା କେନ୍ଦ୍ର ରେ ପୂର୍ବପରି ଭିଡ ରହୁନାହିଁ । ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକ ଉପରେ ଅଧିକାଂଶ ଲୋକଙ୍କ ବିଶ୍ୱାସ ଉଠି ଯାଇଛି, ଏଣୁ ଯାହାର ସାମର୍ଥ୍ୟ ରହିଛି ସେ ହୋମ ଆଇସୋଲେଶନ ରଜ ରହି ଚିକିତ୍ସିତ ହେଉଛି କିମ୍ବା ଘରୋଇ ଚିକିତ୍ସାକେନ୍ଦ୍ରକୁ ଯାଉଛି । ସରକାରୀ କୋଭିଡ ଚିକିତ୍ସା କେନ୍ଦ୍ର ରେ ଭିଡ କମି ଯିବେ ଏହା ମଧ୍ୟ ଏଟ ବଡ କାରଣ ବୋଲି ଲୋକେ କହୁଛନ୍ତି ।

Comments (0)
Add Comment