ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଯୁବ ବିଜେଡ଼ି ନେତା ଅକ୍ଷୟ କୁମାର ସ୍ବାଇଁ ଙ୍କ ସହଯୋଗରେ ” ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର-୫ ଅନ୍ତର୍ଗତ ସତ୍ୟବିହର ସ୍ଥିତ ମହାଵୀର ମଲ୍ଟି ଜୀମ ପରିସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ମାନ୍ୟବର ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଖଦୀ ବୋର୍ଡ ସଭାପତି ଶ୍ରୀ ସଂଗ୍ରାମ ପାଇକରାୟ, ବିଜେଡ଼ି ସମ୍ପାଦକ ଅମରେଶ ଜେନା, କୁନ ବିହାରୀ ଦାସ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ , ଯୁବ ବିଜେଡ଼ି ନେତା ଶ୍ରୀ ସୁବ୍ରତ ଛାଟୋଇ, ସଦାଶିବ ଜେନା, ଦୀପକ ନାୟକ,ପୂର୍ବତନ କର୍ପୋରେଟର ନିର୍ମଳ ରାଉତ, ଏସ କେ ନିଜାମ୍ , ଯୁବବିଜେଡ଼ି ଭୁବନେଶ୍ୱର ସଭାପତି ସମରେଶ ବେହୁରା, ଯୁବ ବିଜେଡ଼ି ଜୋନ୍ ସଭାପତି ବିଜୟ କେତନ ସାହୁ, ଯୁବ ବିଜେଡ଼ି ନେତା ମୁନା ପାଲ୍, ବିବେକ ରଞ୍ଜନ, ଲୋକେଶ କୁମାର, ସୌମ୍ୟ ରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା, ସର୍ବଜିତ ସାହୁ, ରାଉରକେଲା ର ଯୁବ ନେତା ଲବ,କୁଶ ,ସୁଶାନ୍ତ ମୁଦୁଲି, ଚିନ୍ମୟ ସ୍ବାଇଁ, ଭରତ କୁମାର ଚମ୍ପତିରାୟ, କ୍ଷୀରୋଦ କୁମାର ବଳିଆର ସିଂ, କାଳନ୍ଦୀ ରାଉତ, ଅସ୍ମିତ୍ ଦାସ, ସୁମନ୍ତ ଛୋଟରାୟ, ମହିଳା ବିଜେଡ଼ି ନେତ୍ରୀ ସୁଚିତ୍ରା ବେହେରା, ମନୋରମା ସିଂ ପାତ୍ର, ସ୍ନେହଲତା ମୁଦୁଲି, ଇସା ମହାନ୍ତି, ଦ୍ରୌପଦୀ ଦେବୀ, ପୁଷ୍ପଲତା ରାଉଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଓ ସାମାଜିକ କର୍ମୀ ମାନଙ୍କୁ ” କରୋନା ଯୋଦ୍ଧା ସମ୍ମାନରେ” ସମ୍ମାନୀତ କରାଯାଇଥିଲା ଓ ଉକ୍ତ ରକ୍ତ ଦାନ ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।