ଏସଏଚଜିମାନଙ୍କ ଦ୍ୱାରା ବୀମା ସଚେତନତା ରାଲି

ବୌଦ୍ଧ : ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୂଲ୍ୟରେ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନ ମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାର ଲୋକ ମାନେ କିଭଳି ଲାଭ ଉଠାଇ ପାରିବେ ଏବଂ ସମସ୍ତେ କିଭଳି ବୀମା ଅନ୍ତର୍ଭୁକ୍ତ ହେବେ ସେ ନେଇ ସଚେତନତା ରାଲି ଗାଁ ଗାଁ ଯାଇ କରିଥିଲେ । ଏହି ରାଲିରେ ଲୁଣିବାହାଲ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ମହିଳା ସମେତ ବି.ଏଲ.ସି ସୁଷେନ ଦେହୁରୀ, ଡ଼ି.ପି.ସି ପଲବୀ ମଙ୍ଗରାଜ, ବ୍ୟାଙ୍କ ମିତ୍ର,ଏମ. ବି.କେ. ଦୁଶିଳା ଭୋଇ ଓ ସମସ୍ତ ସି.ଆର.ପି ଉପସ୍ଥିତ ଥିଲେ । ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖି ସଚେତନ କରିଥିଲେ ।

Comments (0)
Add Comment