ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ଭୁୁଶୁଡ଼ି ପଡ଼ିଛି । ଦିନ ଦ୍ୱିପ୍ରହରରେ ଲୁଟ, ମରଣାନ୍ତକ ଆକ୍ରମଣ । ଆଉ ରାତିରେ ବିଚ ରାସ୍ତାରେ ଅପରାଧୀଙ୍କ ଜମୁଛି ଆଡ୍ଡା । ଏହାରି ଭିତରେ ଆଜି ପୁଣି ଦିନ ଦ୍ୱିପ୍ରହରରେ ଛୁରାମାଡ଼ ହୋଇଛି । ଘରେ ପଶି ଜଣେ ଯୁବକ ମା ଓ ଝିଅଙ୍କୁ ଛୁରାମାଡ଼ କରିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି । ପଡେ଼ାଶୀ ଘରର ଜଣେ ଯୁବକ ଏହିଭଳି କାଣ୍ଡ ଭିଆଇଛି ।ତେବେ ସବୁଠାରୁ ବଡ଼ କଥା ହେଲା ଯୁବକ ଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ଆକ୍ରମଣକାରୀ ଯୁବକ ନିଜେ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଛୁରାମାଡ଼ର କାରଣ ଜଣାପଡ଼ିନଥିବାବେଳେ ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।