ଲତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା

ଭୁବନେଶ୍ବର: ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ବିଷୟରେ ଜାଣି ଗଭୀର ଦୁଃଖିତ। ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’ ଆମର ସାମଗ୍ରିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ସେ ଅନନ୍ତକାଳ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ। ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକଙ୍କ ସହିତ ଅଛି।

Comments (0)
Add Comment