ଗୁଜୁରାଟ ପରିଦର୍ଶନ ପାଇଁ ଭାରତୀୟ ରେଳବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ

ସୋନପୁର : ଭାରତୀୟ ରେଲୱେ କେଟରିଙ୍ଗ ଓ ଟୁରିଜିମ୍‌ କର୍ପୋରେସନ ଦ୍ୱାରା ଆସନ୍ତା ମାସ ୨୮ତାରିଖରୁ ପିଲିଗ୍ରୀମ୍‌ ସ୍ପେଶାଲ ଟୁରିଜିମ୍‌ ଟ୍ରେନ୍‌ ନାମରେ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟ ପାଇଁ ପ୍ରସ୍ତୁତ ହୋଇଥିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ରିଜିଓନାଲ୍‌ ମେନେଜର ଡ଼ଃ କ୍ରାନ୍ତି ପି ସାୱରକର । ଉକ୍ତ ଟ୍ରେନଟି ଗୁଜୁରାଟ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଦର୍ଶନ କରାଇବା ସହ ସୋମନାଥ ମନ୍ଦିର, ଦ୍ୱାରିକା,ନାଗେଶ୍ୱର ମନ୍ଦିର, ବିଟ୍‌ ଦ୍ୱାରିକା, ଅହମ୍ମଦାବାଦ,ଷ୍ଟାଚ୍ୟୁ ଅଫ ୟୁନିଟି ଏପରିକି ଯାତ୍ରା ସମୟରେ ଯାତ୍ରୀଙ୍କ ରାତ୍ରି ରହଣି ପାଇଁ ଉଭୟ ଷ୍ଟାଣ୍ଡାର୍ଡ଼ ଓ କମ୍ଫର୍ଟ ଯାତ୍ରୀଙ୍କ ପାଇଁ ହୋଟେଲରେ ବ୍ୟବସ୍ଥା ସହ ଦିନକୁ ଦୁଇଓଳି ଟିଫିନ ଓ ସାକାହାରୀ ଭୋଜନ ବ୍ୟବସ୍ଥା ରହିଥିବା ବେଳେ କେବଳ ଏଥିପାଇଁ ଷ୍ଟାଣ୍ଡାର୍ଡ଼ କାଟେଗରୀ ପାଇଁ ୧୦.୪୦୦ ଟଙ୍କା ରଖାଯାଇଥିବା ବେଳେ କମ୍ଫର୍ଟ ପାଇଁ ୧୭.୩୩୦ ଟଙ୍କା ରଖାଯାଇଛି ଯାହାକି ଆର୍ଥିକ ଦୃଷ୍ଟିରୁ ଅତି ସ୍ୱଳ୍ପ ହୋଇଥିବାବେଳେ ବିସ୍ତାରିତ ଭାବରେ ଅନେକ ଦର୍ଶନୀୟ ସ୍ଥାନ ପରିଭ୍ରମଣର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଉକ୍ତ ଖବରଦାତା ସମ୍ମିଳନୀରେ ରେଲୱେ ବିଭାଗ ତରଫରୁ ପ୍ରକାଶ କରାଯାଇଛି ।

Comments (0)
Add Comment