ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ : ସିନ୍ଧୁ ସୀମାରେ ନରେନ୍ଦ୍ର ମୋଦୀଙ୍କର ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀ ନେଇ ଆନ୍ଦୋଳନରେ ବସିଥିବା ଚାଷୀମାନଙ୍କ ମଧ୍ୟରେ ସହିଦ ହୋଇଥିବା ୭୦୦ ଉଦ୍ଧ୍ୱର୍ ଚାଷୀଙ୍କ ଅମର ଆତ୍ମାର ସଦଗତି ଓ ଧାରଣା ସ୍ଥଳରେ ସହିଦ ହୋଇଥିବା ଚାଷୀଙ୍କୁ ସହିଦର ମାନ୍ୟତା ଦାବୀ ନେଇ ଆଜି ବୌଦ୍ଧ ବ୍ଲକର ଚାଷୀମାନଙ୍କୁ ନେଇ ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଆଜକୁ ୧୧ମାସ ଧରି ଅନବରତ ଭାବରେ ଚାଷୀମାନେ ଧାରଣା ସ୍ଥଳରେ ନିଜ ହକ ଜାହିର କରି ଲଢେଇ ଜାରି ରଖିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀ ମାନଙ୍କ ପାଖରେ ହାର ମାନି ତାଙ୍କର ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି । ଏଣୁ ଚାଷୀ ମାନଙ୍କର ବିଜୟ ହୋଇଛି । ଆନ୍ଦୋଳନର ପ୍ରଥମ ଦିନରୁ ଭାରତୀୟ ଜାତୀୟ କଂଗ୍ରେସ ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଳ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସମସ୍ତ କଂଗ୍ରେସ କର୍ମୀ ନେତା ସମ୍ମାନର ସହିତ ଚାଷୀମାନଙ୍କୁ ସହଯୋଗ କରି ଆସୁଥିଲେ । ତେଣୁ ଆଜି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ବିଜୟ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ବୌଦ୍ଧ ବ୍ଲକ କିଷାନ କଂଗ୍ରେସ ସଭାପତି ସଂଜୀବ କୁମାର ନାୟକ, ଯୁବ କଂଗ୍ରେସ ସମ୍ପାଦକ ଦିଲ୍ଲୀପ ପୁରୋହିତ, ସଂକୀର୍ତ୍ତନ୍ୟ ମେହେର, ଗୁନ୍ଦୁଲିଆର ସଂଜୀବଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ ।

Comments (0)
Add Comment