ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକ ବନ୍ୟା ଅଞ୍ଚଳ ପରିଦର୍ଶନ

ହରଭଙ୍ଗା : ଆଜି ଲଘୁଚାପର ପ୍ରଭାବ ନାହିଁ । କିନ୍ତୁ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଡ୍ୟାମରୁ ୪୦ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ଯୋଗୁଁ ଆଜି ହରଭଙ୍ଗାରେ ମହାନଦୀ ଉଛୁଳୁଛି ଓ ଏହାର ପ୍ରଭାବରେ ପ୍ରବଳ ବେଗରେ ବନ୍ୟାଜଳ ଗାଁ ମୁହାଁ ହୋଇ ହଜାର ହଜାର ଏକର ଧାନଜମ ଜଳମଗ୍ନ ହେବା ସହ ୧୦ଟି ଗାଁ ପୁଣି ପାଣି ଘେରରେ ଅଛି । ହରଭଙ୍ଗା ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ନଦୀକୂଳିଆ ଗାଁଗୁଡିକୁ ସତର୍କ କରାଯାଇଥିଲା ।

ସେହିପରି ହରଭଙ୍ଗା, କୁଡାଶିଙ୍ଗା, ଅତଲସରା, କୁମାରୀ, ମାରଡା,ଧଳପୁର ଆଦି ଅଂଚଳକୁ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ପ୍ରମୁଖ ବନ୍ୟା ଅଂଚଳ ପରିଦର୍ଶନ ପାଇଁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣି ଘେରରେ ଥିବା ବିପନ୍ନମାନଙ୍କୁ ହରଭଙ୍ଗା ବନ୍ୟା ଆଶ୍ରୟସ୍ଥଳୀଠାରେ ରଖିବା ସହ ସେମାନଙ୍କ ପାଇଁ ୭ ଦିନ ଯାଏଁ ରିଲିଫ ଘୋଷଣା କରିଛନ୍ତି । ବନ୍ୟା ଅପସରି ଯିବା ପରେ ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇି ଚାଷୀଙ୍କୁ ଉପଯୁକ୍ତ କ୍ଷତିପରଣ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

Comments (0)
Add Comment