ସମ୍ବଲପୁର :ବିଗତ ୨୪ଘଣ୍ଟା ମଧ୍ୟରେ ୧୫୪ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ପ୍ରଶାସନିକ ସୂତ୍ରରୁ ଜଣା ପଡିଛି । ଏହି କ୍ରମରେ ଗତ ୮ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶତାଧିକ ରହୁଛି ଓ ଏହାକୁ ନେଇ ଲୋକଙ୍କ ମନରେ ଉଦବେଗ ରହିବା ସ୍ୱାଭାବିକ ।
ଆଜିକାର ସଂଖ୍ୟାକୁ ମିଶାଇ ସମ୍ବଲପୁର ଜିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୩୦ ରେ ପହଞ୍ଚିଛି ।ଏମାନଙ୍କ ମଧ୍ୟରୁ ୩୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୦ ଜଣଙ୍କ ମୃତ୍ୟୁ ପରେ ବାକି୧୧୬୪ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ଆଠଦିନ ହେଲା ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସପ୍ସଖ୍ଯାରେ ନିରନ୍ତର ବୃଦ୍ଧି ଯୋଗୁଁ ସମସ୍ତ ଋଙ୍କ ମୁଣ୍ଡରେ ଚଡ଼କ ପଡିଲା ପରି ଜଣାପଡୁଛି । ଏବେ ମଧ୍ୟ କରୋନା ଯୋଗୁଁ ମୃତକ ଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ଏଠାରେ ୫ଜଣଙ୍କ ମୃତ୍ୟୁ ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଆଜିକାର ଘୋଷଣା ରେ ସାମିଲ କରାଯାଇନାହିଁ । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ସରକାରଙ୍କ ପକ୍ଷରୁ ମୃତକ ଙ୍କ ସପ୍ସଖ୍ଯା ଚାପି ରଖା ଯାଉଛି, ଯାହାକି ଉଦବେଗ ର ଆଉ ଏକ କାରଣ । ବିଗତ ଛ ମାସ ପର୍ଯ୍ୟନ୍ତ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବା ପରେ ଗତ ୧ ତାରିଖରୁ ଅନଲକ ଘୋଷଣା ହେଲା କ୍ଷଣି ୋକାନ ବଜାର ଚଳଚଞ୍ଚଳ ହୋଇ ପଡିଛି । ସମସ୍ତେ ପୂନର୍ବାର ରୋଜଗାର କୁ ବାଟରେ ଆଣିବା ପାଇଁ ଏତେ ବ୍ଯଗ୍ର ଯେ କରୋନା ଭୟ ତାଙ୍କୁ ବ୍ୟତିବ୍ୟସ୍ତ କରି ପାରୁନାହିଁ । ମରିବା ପ୍ରତି ସମସ୍ତଙ୍କ ମନରେ ଭୟ ତ ନିଶ୍ଚିତ ରୂପେ ଅଛି, ହେଲେ ଜୀବିକା ଉପାର୍ଜନ ସକାଶେ ତାଙ୍କର ବ୍ୟଗ୍ରତା ଆଗରେ ତାହା ବୋଧହୁଏ ଗୌଣ ହୋଇଯାଇଛି । ବର୍ତ୍ତମାନ ତ ସରକାରଙ୍କ ଘୋଷଣା ଅନୁସାରେ ଯିଏ ପଜିଟିଭ ଚିହ୍ନଟ ହେଲା, ସେ ଘରେ ରହି ଚିକିତ୍ସିତ ହୋଇ ପାରିବ, ଏଣୁ ଆଉ ହସ୍ପିଟାଲ ଯିବାର ଚିନ୍ତା ନାହିଁ । ଯଦି ଦରକାର ପଡେ, ଲୋକେ ଘରେ ରହି ଚିକିତ୍ସା ସୁବିଧା ଉପଲବ୍ଧ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଛନ୍ତି । ଗତକାଲି ଠାରୁ ସ୍ଥାନୀୟ ଔଷଧ ୋକାନ ରେ କରୋନା ଚିକିତ୍ସା ପାଇଁ “ଫାଭିପିରଭିର” ବଟିକା ଉପଲବ୍ଧ ହେଉଛି, ଅବଶ୍ୟ ଏଥିପାଇଁ କିଛି ଆବଶ୍ୟକ କାଗଜପତ୍ର ନେଇ ଦେଖାଇବାକୁ ପଡିବ ବୋଲି କୁହାଯାଇଛି । ଏହା ପରେ ଯଦି ଅତ୍ଯାବଶ୍ଯକ ସ୍ଥିତିରେ ରୋଗୀ କୁ ହସ୍ପିଟାଲରେ ରେମଡେସିଭିର ଇଞ୍ଜେକଶନ ଦିଆ ଯାଇ ପାରିବ । ହସ୍ପିଟାଲ ରେ ଭର୍ତ୍ତି ନ ହୋଇ ମଧ୍ୟ ଘରେ ରହି ଏସବୁ ଚିକିତ୍ସା ସୁବିଧା ଲୋକଙ୍କୁ ଅନେକ କିଛି ଆଶ୍ୱସ୍ତ କରୁଛି ଓ ଲୋକେ ନିର୍ଭୟହୋଇ ଜୀବିକା ଉପାର୍ଜନ ପଛରେ ଲାଗି ପଡିଛନ୍ତି ।