କରୋନା ମହାମାରୀ ସମୟରେ କରୋନା ପୀଡିତ ବ୍ୟକ୍ତି ମାନଙ୍କଠାରେ କେତେକାଂଶରେ ଅକ୍ସିଜେନ୍ ର ଅଭାବ ଦେଖାଯାଇଛି l ଅନେକ ଲୋକ ଏବେ ହୋମଆଇସୋଲେସନରେ ରହିଛନ୍ତି l ଏଣୁ ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତିମାନଙ୍କଠାରେ କିଛି ଜାଗାରେ ଅକ୍ସିଜେନ୍ ଅଭାବ ରହୁଛି l ଏବଂ ଏହା ସମସ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରୁନାହିଁ l ଏଣୁ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଭି. ଏସ. ଏସ. ନଗର ତଥା ଆଖପାଖ ଅଞ୍ଚଳରେ ହୋମ ଆଇସୋଲେସନରେ ଥିବା କରୋନା ପୀଡିତ ବ୍ୟକ୍ତି ମାନଙ୍କ ପାଇଁ ନିଶୁଳ୍କ ଅକ୍ସିଜେନ ସିଲିଣ୍ଡର ଯୋଗାଣ ସେବା ଆରମ୍ଭ କରାଯାଇଛି |ଏହାଦ୍ଵାରା ବହୁ ଅମୂଲ୍ୟଜୀବନ ରକ୍ଷା କରାଯାଇପାରିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡ଼ଃ ପ୍ରକାଶ ତ୍ରିପାଠୀ କହିଥିଲେ l ଏହି କାର୍ଯ୍ୟକ୍ରମରେ ଦୀପକ ନାଏକ, ସିଲୁ ରାଉତରାୟ, ଲୋକେଶ କୁମାର, ଅକ୍ଷୟ ସ୍ୱାଇଁ, ନଳିନୀକାନ୍ତ ବେହେରା, ସର୍ଵଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକ ବେଶ ପ୍ରଶଂଶା କରିଛନ୍ତି l