ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ସୂଚନା ଲୋକ ଓ ସଂପର୍କ ଅଧିକାରୀ ସ୍ୱରାଜ୍ୟ ଶୀଶା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଛନ୍ତି । ସ୍ୱାସ୍ଥ୍ୟ ବୀମା କାର୍ଡ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଖୁସିବ୍ୟକ୍ତ କରିଛନ୍ତି । ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।