ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ଜିଲ୍ଲା ବିଜେଡି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୁରାଣ୍ଡୀ ଗ୍ରାମ ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ପାଲିଆ ସାହିରେ ଚାରି ଗୋଟି ଘରପୋଡି ପାଉଁଶ ହୋଇଥିବା ଖବର ପାଇ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ରାଜ କୁମାରୀ କଲ୍ୟାଣି ଗଜପତି,ଯୁବ ସଭାପତିଏସ.ଲିଙ୍ଗରାଜ ସଂସଦ ପ୍ରତିନିଧି ବାଲା ଧନଞ୍ଜୟ ପ୍ରମୁଖ ଘର ପୋଡିଯାଇ ଥିବା ପରିବାରଙ୍କ ସହ ଆଲୋଚନା କରିଥିଲେ । ସରକାରୀ ସାହାଯ୍ୟ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଓ ଦଳ ତରଫରୁ ଆର୍ଥିକ ସାହାଯ୍ୟ କରିଥିଲେ ।

Comments (0)
Add Comment