ଜାତୀୟ ରାଜପଥରେ ବେଧଡକ ଚାଲିଛି ଗଞ୍ଜେଇ ଚୋରା ଚାଲଣ

ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସ ହାତରେ ଗୁରୁବାର ଦୁଇ ଜଣ ଗଞ୍ଜେଇ ବେପାରି ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ବେପାରି ଦୁଇଜଣ କନ୍ଧମାଳ ଜଲ୍ଲାର ସଦର ଥାନା ଅନ୍ତର୍ଗତ ବୋଇଡ଼ା ଗ୍ରାମର ଦିଲ୍ଲୀପ କୁମାର ଦିଗଲ(୨୫)ପିତା ପିତାମ୍ବର ଦିଗଲ ଏବଂ ଅନ୍ୟ ଜଣେ ଟ୍ରାସେପଦର ଗ୍ରାମର ମିଥୁନ କୁମାର ଦିଗଲ(୨୦) )ପିତା ଜୋସଫ୍‌ ଦିଗଲ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗଞ୍ଜେଇ ଚାଲଣ ହେବା ଖବର ପୁଲସ ବିଶେଷ ସୂତ୍ରରୁ ପାଇଥିଲା ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଅଟକାଇବା ସହିତ ତାଙ୍କ ନିକଟରୁ ଦୁଇଟି କିପ୍ୟାଡ଼ ଫୋନ,ଏବଂ ଏଥିରେ ବ୍ୟବହୃତ ଓଆର୦୨ଏଡି-୮୮୩୩ ନମ୍ବର ବିଶିଷ୍ଟ ଫଡ୍‌ ଆଇକନ କାର ଜବତ ହୋଇଥିବା ପୁଲସ୍‌ ସୂଚନା ଦେଇଛି ।
ଆରକ୍ଷୀ କାଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ କିଶୋର ଦୋରାଙ୍କ ସୂଚନା ଅନୁସାରେ ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି । ପୁଲସ ଏକ ବିଶେଷ ସୂତ୍ରରୁ ଖବର ପାଇ ୫୭ନଂ ଜାତୀୟ ରାଜପଥର ମୁକୁନ୍ଦପ୍ରସାଦ ଛକ ନିକଟରେ ଆର୍ଦଶ ଥାନା ପୁଲସ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ସମୟରେ କାରରେ ୩୬ କିଲୋ ଗଞ୍ଜେଇ ଥିବା ପୁଲସ ଜାଣିବା ପରେ ଘଟଣା ସ୍ଥଳରୁ କାର ଡ଼୍ରାଇଭର ଦିଲ୍ଲୀପ ଓ ମିଥୁନକୁ ଗିରଫ କରିଛି ।ଏ ଘଟଣାରେ ପୁଲିସ୍‌ ୨୬୪/୨୧ରେ ଏକ ମାମଲା ରୁଜୁ କରିଥିବାବେଳେ ଆଜି ଊପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗଞ୍ଜେଇ ଚୋରା ଚାଲଣ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲଣ କରିଥିବା ପୁଲସ ପ୍ରକାଶ କରିଛି ।

Comments (0)
Add Comment