ପାରଳାଖେମୁଣ୍ଡି ରେ ତୃତୀୟ ଦିନରେ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌର ।ଞ୍ଚଳରେ ତୃତୀୟ ଦିନରେ ସେରୋ ସର୍ଭିଲେନ୍ସ ଆରମ୍ଭ ହୋଇଛି ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମକୁ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ଆରଏମଆରସି ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି ।ଆରଏମଆରସି ତରଫରୁ ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକ ମାନଙ୍କୁ ନେଇ ୧୬ ଟି ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପାରଳା ସହରର ବିଜୁ କଲ୍ୟାଣ ମଣ୍ଡପ,ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ, ମୁଖ୍ୟ ଚିକିତ୍ସାଳୟ, ବେତାଗୁଡା ରିଜର୍ଭ ପୋଲିସ ଓ ପୌର ପରିଷଦରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, PD,PAITDA ଏବଂ ଅନ୍ୟ କ୍ଷେତ୍ର କର୍ମଚାରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ଥିଲା । ସର୍ବମୋଟ ୧୫୦୦ ରକ୍ତ ନମୁନା ସଂଗ୍ରହ କରାଯାଇ ଥିଲା

Comments (0)
Add Comment