ବୌଦ୍ଧ : ଶଗଡାସ୍ଥିତ ଆଂଚଳିକ ସାଧନ କେନ୍ଦ୍ରର ସିଆରସିସିଙ୍କ ନାମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଣିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଗେନ୍ଦେରା କୁଜୁର୍ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଅଭିଯୋଗକାରୀ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଡକାଇ ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟଠାରେ ଶ୍ରୀ କୁଜୁର୍ ଅଭିଯୋଗର ଶୁଣାଣୀ ଓ ସାକ୍ଷ୍ୟ ପ୍ରମାଣ ମାଗିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶଗଡା ସିଆରସିସି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଭଳି ଅଭିଯୋଗ ହୋଇଥିଲା । ଆଜିର ତଦନ୍ତ ପରେ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସମସ୍ତ ଅଭିଯୋଗକାରୀ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି ।