ବାଲିଗୁଡା/କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍ କ୍ୟାରେଣ୍ଟାଇନ୍ ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲା ପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ଓ ବାଲିଗୁଡା ଏସ୍.ଡି.ପି.ଓ ମାନସ ରଂଜନ ବାରିକ ସୁସ୍ଥ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ଉତ୍ସାହିତ କରିଥିଲେ । କରୋନା ଆକ୍ରାନ୍ତ ହୋଇଥିବା ଥାନା କର୍ମଚାରୀଙ୍କ ମଧ୍ୟରେ ଏସ୍.ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ, କନେଷ୍ଟବଳ ପ୍ରଦୀପ କୁମାର ନାୟକ, ଶିବରାମ ମଳିକ, ପ୍ରତିମା ପ୍ରଧାନ, ପ୍ରଭାତ କୁମାର ବେହେରା, ବିଭୁତି ଭୂଷଣ ବିଶ୍ୱାଳ, ଆଶୁତୋଷ ଦଳେଇ, ମହେଶ୍ୱର ଦଳେଇ, ବାବୁଲ ଚନ୍ଦ୍ର ରଣଶିଂ ଥିଲେ । ବର୍ତ୍ତମାନ କାର୍ଯ୍ୟରେ ଯୋଗଦେବା ପରେ ଥାନା କର୍ମଚାରୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।