ନୂଆ ୩୮ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ୩୪୬ଜଣ ସକ୍ରିୟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ବିଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ୫୦ରୁ ତଳେ ରହି ଆସୁଥିଲେ ମଧ୍ୟ ବାସ୍ତବିକ ସ୍ଥିତି ଲୋକଙ୍କ ଚିନ୍ତା ବଢାଉଛି । ଏହାର କାରଣ ହେଲା ଯେ ବିଗତ ୪୮ଘଣ୍ଟା ରେ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ସହିତ ହଠାତ ବୃଦ୍ଧି ପାଉଛି ଓ ଯେତେ ଲୋକ ପଜିଟିଭ ଚିହ୍ନଟ ହେଉଛନ୍ତି, ସେହି ଅନୁପାତରେ ସୁସ୍ଥ ହୋଇ ପାରୁ ନାହାନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସ୍ଥଳେ ମାତ୍ର ୨୦ ଜଣ ସୁସ୍ଥ ହୋଇପାରିଛନ୍ତି । ଗତକାଲି ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୮ ରହିଥିଲା, ଯାହାକି ଆଜି ୩୪୬ ରହିଛି । ସେହିପରି ମୃତକଙ୍କ ମଧ୍ୟ ଗତ ଦୁଇଦିନରେ କ୍ରମଶଃ ୪ ଓ ୨ ରହିଛି । ଏହିକ୍ରମରେ ଆଜି ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ସରକାରୀ ସୂଚନା ଅନୁସାରେ ୪୦ରେ ପହଞ୍ଚିଯାଇଛି, ଯଦିଓ ଲୋକଙ୍କ ମତରେ ଏହା ୨୦୦ରୁ ଅଧିକ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୮ ଜଣ ପଜିଟିଭ ଚିହ୍ନଟ ସହିତ ସମଗ୍ର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୫୭ ହୋଇଥିବା ସ୍ଥଳେ ଏମାନଙ୍କ ମଧ୍ୟରୁ ୭୮୭୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ସକ୍ରିୟ ରହିଥିବା ୩୪୬ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ହୋମ ଆଇସୋଲେଶନରେ ରହି ନିଜ ଚିକିତ୍ସା କରୁଛନ୍ତି ।

Comments (0)
Add Comment