କଟକଣା ମଧ୍ୟରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ

ବାଲିଗୁଡ଼ା: କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସରକାରଙ୍କ ନିୟମ ଅନୁସାରେ ଚଳିତବର୍ଷ ସାମୁହିକ ପ୍ୟାରେଡ୍ ଅନୁଷ୍ଠିତ ହୋଇନାହିଁ । କରୋନା ମୁକାବିଲାରେ ଉତ୍ସର୍ଗୀକୃତ ସମସ୍ତ ଯୋଦ୍ଧାଙ୍କୁ ଆମେ ସମ୍ମାନ ଜଣାଇବା ସହ ସହଯୋଗ କରିବା ଆବଶ୍ୟକ ଏବଂ ସରକାରଙ୍କ ନିୟମ ମାନି ଚଳିଲେ ମହାମାରୀ କରୋନାକୁ ଆମେ ହରାଇ ପାରିବା ବୋଲି ଅଭିଭାଷଣରେ କହିଛନ୍ତି ଉପଜିଲ୍ଲାପାଳ । ଶେଷରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।

Comments (0)
Add Comment