ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଘତ ୨୪ ଘଣ୍ଟା ଭିତରେ ହରଭଙ୍ଗାବ୍ଲକ ରେ ଗୋଟିଏ ଦିନରେ ୩୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସେଥିମଧ୍ୟ୍ୟରୁ ବ୍ଲକର ରାମଗଡ ପଂଚାୟତର ମହିବାହାଲ୍ ଗ୍ରାମରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣପଡିଥିଲା । ୪ ଦିନ ପୁର୍ବରୁ ଗ୍ରାମର ୪୧ ଜଣଙ୍କର ନମୁନା ପରିକ୍ଷା ପାଇଁଁ ପଠାଯାଇଥିବାବେଳେ ସେଥିରୁ ୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।ପରେ ସ୍ଥାନିୟ ସରପଞ୍ଚ ନରେଶ୍ କୁମାର ସେଠୀ ସଚେତନତା ରହିବା ପାଇଁଁ ଗ୍ରାମବାସିଙ୍କୁ ନିବେଦନ କରିଥିଲେ । ପରେ ହରଭଙ୍ଗାବ୍ଲକ ପ୍ରଶାସନ ବିଡିଓ ନିଳକଣ୍ଠ ବେହେରା ପହଞ୍ଚିବା ସହ ଉକ୍ତ ଗ୍ରାମକୁ ସ୍ଥିତି ନିୟନ୍ତ୍ରଣ ହେଲାପଯ୍ୟନ୍ତ କଣ୍ଟେନ୍ ମେନ୍ ଜୋନ୍ ଭାବେ ଘୋଷଣା କରାଗଲା ବୋଲି ଡାକବାଜି ଯନ୍ତ୍ର ସଚେତନତା କରାଯାଇଥିଲା । ମାସ୍କ ପିନ୍ଧିବା, ବିନାକାରଣରେ ଘରୁ ନବାହାରିବାପାଇଁ ପରାର୍ମଶ ଦିଆଯାଇଥିଲା । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତ ଙ୍କୁ ଔଷଧ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ସମସ୍ଥ ଘରକୁ ସାନିଟାଇଜ୍ କରାଯାଇଥିଲା । କିନ୍ତୁ ପ୍ରଶାସନ କିମ୍ବା ପୋଲିସ୍ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ନିଆଯାଉନଥିବାରୁ ସଂକ୍ରମିତ ବ୍ୟକ୍ତି ଓ ପରିବାର ଲୋକେ ଖୋଲମ୍ ଖୋଲା ବାହାରେ ବୁଲିବା ହେତୁ, ସ୍ଥାନିୟ ଲୋକମାନେ ସୁରକ୍ଷିତ ରହିବାବଦଳରେ ଆତଙ୍କିତ ହେଉଥିବା ନେଇ ଗ୍ରାମବାସିଙ୍କ ଭିତରେ ଅଭିଯୋଗ ହେଉଛି । ଏପଟେ ସଂକ୍ରମିତଙ୍କ ପରିବାର ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁଁ କୌଣସି ଆନୁସଂଗିକ ବ୍ୟବସ୍ତା ନଥିବାରୁ ବାଧ୍ୟ୍ୟ ହୋଇ ବାହାରକୁ, ଗାଧୋଇଯିବା, ମଳତ୍ୟାଗ କରିବାକୁ ପଡୁଛି । ସେପଟେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା କ୍ୱାରାଣ୍ଟାଇନ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାସହ ହୋମ୍ ଆଇସୋଲେସନ୍ର ସୁବିଧା ନଥିବା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉକ୍ତ ସ୍ଥାନରେ ରଖି ଚିକିତ୍ସା ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଫଳରେ କିଛିମାତ୍ରାରେ ସଂକ୍ରମଣକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସେହିପରି ହରଭଙ୍ଗା ଗ୍ରାମରେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତୱାର୍ଡକୁ ସାନିଟାଇଜ୍ କରାଯାଇଥିଲା ।