ହରଭଙ୍ଗା: ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳ କୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିବା ଜଣାପଡିଛି । ସୁଚନାମତେ ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣରୁ ପିଲାଟି ପାଣି ସ୍ରୋତରେଭାସିଯାଇ ଏକ ପଥର ସନ୍ଧିରେ ଗୋଡଟି ରହିଯାଇଥିଲା ଫଳରେ ପିଲାଟି ସେଠାରୁ ବାହାରିପାରି ନଥିବାରୁ ଚିତ୍କାର କରି ଡାକିବାରୁ ପାଖରେ ଗାଧୋଉଥିବା ଲୋକ ଦୌଡି ପିଲାକୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ୍ୟ ବିଫଳ ହୋଇଥିଲେ ।
ପରେ ଚାରିଛକ ଦମକଳ ବାହିନିକୁ ଡାକିଥିଲେ ମଧ୍ୟ୍ୟ ଦମକଳ ବାହିନି ପଥର ସନ୍ଧିରୁ ପିଲାକୁ କାଢିବାରେ ନାକେଦମ ହୋଇଥିବାବେଳେ ଦିର୍ଘ ଚାରିଘଣ୍ଟା ଧରି ଓଡ୍ରାଫ୍ ଓ ଗ୍ରାମବାସି ଜେସିବି ସାହାଯ୍ୟରେ ଉଧାର କାଯ୍ୟ ଜାରିରହିଥିବା ଜଣାପଡିଛି ।