ସୁବର୍ଣ୍ଣପୁର: ପ୍ରଥମ କରି ସୁବର୍ଣ୍ଣପୁର ଜିଲ୍ଲାରୁ ଯୁବନେତା ଅମୀୟ ରଞ୍ଜନ ଦାଶଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ଭାବରେ ମନୋନୀତ କରାଯାଇ ଥିବାରୁ ଜିଲ୍ଲାରେ ଖୁସି ପ୍ରକାଶ ପାଇଛି । ଏଥିପାଇଁ ତାଙ୍କୁ ମଧ୍ୟ ଅନେକ ଛାତ୍ର ଯୁବକ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦଳ ପକ୍ଷରୁ ଦିଆଯାଇଥିବାହେତୁ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କୁ ଅଶେଷ କୃତଜ୍ଞତା ଜଣାଇବା ସହ ଏହି ଗୁରୁଦାୟିତ୍ୱକୁ ତୁଳାଇବା ପାଇଁ କଠୋର ପରିଶ୍ରମ କରିବେ ବୋଲି ଏକ ପ୍ରତିକ୍ରିୟାରେ ଅମୀୟ ପ୍ରକାଶ କରିଛନ୍ତି ।