ଗଜପତିରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୭ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ରାୟଗଡ ବ୍ଳକରୁ ୭ ଜଣ, କାଶୀନଗର ବ୍ଳକରୁ ୩ ଜଣ ଓ ପାରଳା ପୌରପରିଷଦରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲ /କୋଭିଡ କେୟାର ସେଣ୍ଟରକୁ ଚିକିତ୍ସା ସକାଶେ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments (0)
Add Comment