ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ପ୍ରଧାନ ଶିକ୍ଷକ ବୃଷକେତୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାନ ଚାଷ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । କେଉଁ କାରଣରୁ ଧାନ ଚାଷ ବ୍ୟାଘାତ ଘଟୁଛି । ଫସଲ ନଷ୍ଟ ହେଉଛି । ଏହାର ସମାଧାନ ପାଇଁ ସ୍ୱଳ୍ପକାଳୀନ ଧାନ ଚାଷକୁ ବ୍ୟବହାର କରିବା ପାଇଁ ଶିକ୍ଷକ ହରିହର ଦାସ , ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଓ ଯସ୍ମୀନ ପାଢ଼ୀ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାହି ଓ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଚାଷ ଜମି ପରିଦର୍ଶନ କରି ତଥ୍ୟ ସଂଗ୍ରହ କରୁଥିବା ଦେଖାଯାଇଛି । ଚାଷ ଜମିଗୁଡିକ ବର୍ଷାଅଭାବରୁ ଏବଂ ଅନିୟମିତ ବର୍ଷା ଯୋଗୁଁ କିଭଳି ନଷ୍ଟ ହେଉଛି ଏବଂ ଏହାର ନିରାକରଣ ପାଇଁ ସ୍ୱଳ୍ପକାଳୀନ ଧାନ ଚାଷ କିଭଳି ଆପଣେଇ ହେବ । ସେହି ସମ୍ବନ୍ଧରେ ସଚେତନତା ଓ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି ।

Comments (0)
Add Comment