ଶନିବାର ସକାଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି.ଇ. ଆପାଙ୍ଗ ଆଓ ମଧ୍ୟାହ୍ନ୧୨ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଆଲୋଚନା କରିବା ସମୟରେ ଜିଲ୍ଲାରେ ଶନିବାରେ ୪ ଗୋଟି କରୋନା ପଜିଟିଭ କଥା ଶୁଣି ବ୍ୟସ୍ତ ନ ହୋଇ ଗଜପତି ଜିଲ୍ଲା ପ୍ରଶାସନ ପ୍ରଭାବ ନିରବ କରିବା ନୀତି କଣ୍ଟେଟମେଣ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।ଏହି ଆଲୋଚନା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହେଶ କୁମାର ଚୌଧୁରୀ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା ଉପସ୍ଥିତ ଥିଲେ। ପରେ ଦେବିତୀ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଥିବା ଅନ୍ତଃରାଜ୍ୟ ନାକାକେନ୍ଦ୍ର କୁ ମଧ୍ୟ ବୁଲି ଯିବା ସହ ଦାଇତ୍ଵ ରେ ଥିବା ସମସ୍ତ କର୍ମଚାରୀ ଙ୍କ ସହ ଆଲୋଚନା କରିବା ସହ ଉତ୍ସ।ହିତ କରିଥିଲେ। ପରେ ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅନ୍ତଃ ରାଜ୍ୟ ସୀମାରେ ଥିବା ନାକା କେନ୍ଦ୍ର ହାଡୁଭାଙ୍ଗି ଏବଂ ଅଲଡାରେ ଅନ୍ତଃଜିଲ୍ଲା ନାକା କେନ୍ଦ୍ରକୁ ବୁଲି ଦେଖିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ସମସ୍ତ କାର୍ୟ୍ୟକୁ ପ୍ରଶଂସା କରିବାସହ ସମସ୍ତ କର୍ମଚାରୀ ଆଗାମୀ ଦିନରେ ଧର୍ୟ୍ୟ ଓ ସାହାସ ର ସହ କରୋନା ମୁକାବିଲା କାର୍ୟ୍ୟକ୍ରମକୁ ଆଗକୁ ନେବା ପାଇଁ ଅନୁରୋଧ କରିବା ସହ ବ୍ରହ୍ମପୁର ଫେରି ଯାଇଥିଲେ।