ଦାରିଙ୍ଗବାଡ଼ିରେ ବିଶ୍ୱ ହାତ ଧୁଆ ଦିବସ ପାଳନ

ଦାରିଙ୍ଗବାଡ଼ି,୧୫/୧୦: ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଭା ପକ୍ଷରୁ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଛି । ଏଥିରେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଆଶା କର୍ମୀ ୱାର୍ଡ ସଦସ୍ୟ ସଦସ୍ୟା, ନିର୍ମାଣ ଶ୍ରମିକ ଓ ନେତୃତ୍ବ ବ୍ୟକ୍ତି ଯୋଗଦେଇ ବିଶ୍ୱ ହାତ ଧୁଆ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୁଦା ମଳିକ, ସମ୍ମାନୀୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ ,ବିଜୁଯୁବ ବାହିନୀ ବ୍ଳକ ସଂଯୋଜକ ଉତ୍କଳନିଧି ନାୟକ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ଜାକେଶ ସାମନ୍ତରାୟ ଯୋଗଦେଇ ହାତ ଧୁଆ ଦିବସରେ ହାତ ସଫା କରିବା ଦ୍ୱାରା କି ଉପକାର ମିଳେ ବା ରୋଗମୁକ୍ତ ହୁଏ ଆଲୋଚନା କରି ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଭାର ସଂପାଦକ କ୍ଷମାକର ସ୍ୱାଇଁ ସଭାପତିତ୍ୱ କରିଥିଲା ବେଳେ ନିର୍ମାଣ ଶ୍ରମିକ ସଂଘଟନର ଅଧ୍ୟକ୍ଷ ପ୍ରକାଶ ଦିଗଲ ସଂଯୋଜନା ଓ ଓଭାର ଜିଲ୍ଲା ସଂଯୋଜକ ପ୍ରଶ୍ନ କୁମାର ବାଘସିଂ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଭାର ସଂପାଦକ କରୋନା ସଂକ୍ରମଣରୁ ଦୁରେଇ ରହିବା ପାଇଁ ହାତକୁ ଭଲଭାବେ ଧୋଇବା, ମାସ୍କ ପିନ୍ଧିବା , ସାମାଜିକ ଓ ଶାରୀରିକ ଦୂରତା ରକ୍ଷା କରିବା, ଅତି ଜରୁରୀ ନଥିଲେ ବାହାରକୁ ବାହାରି ନାହିଁ, ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟଦେଇ ଯତ୍ନ କରିବା ଓ ସମସ୍ତ ଶିଶୁଙ୍କୁ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବା ନେଇ ନିୟମିତ ଟୀକା ପ୍ରଦାନ କରିବା ପାଇଁ ସମୁହ ଶପଥ କରାଇଥିଲେ । ଏହାପରେ ସମୁହ ହାତଧୁଆ କରି ନିୟମ ଅଭ୍ୟାସ କରିଥିଲେ l

Comments (0)
Add Comment