ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ଶମ୍ଭୁଗିରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ ଯୋଗ ଦେଇ ଉଦବୋଧନ ଦେଇଥିଲେ ଓ ଜାତିଗଙ୍ଗାମାନଙ୍କ ଉନ୍ନତି ଓ ପ୍ରଗତି ହୋଇପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଉଁଶୁଣୀ କଲେଜ ଅଧ୍ୟକ୍ଷ ଅନିରୁଧ ମହାକୁଲ, ସୁଶାନ୍ତ ବାଘ, ଉପଦେଷ୍ଟା ଅକ୍ରୁର କଳତା, ରମଣୀରଞ୍ଜନ ପ୍ରଧାନ ବିଶିକେସନ ପ୍ରଧାନ, ପ୍ରଭାତଚନ୍ଦ୍ର ପ୍ରଧାନ, ଦେଶବନ୍ଧୁ ମହାକୁଲ, ସୁରେନ୍ଦ୍ର କର୍ଣ୍ଣ, ବାଞ୍ଝାନିଧି ଗାଈଗୋରିଆ, ଚିତ୍ତରଞ୍ଜନ କର୍ଣ୍ଣ, ନିର୍ଗୁଣ ମହାକୁଡ଼, ପ୍ରମୋଦ ପ୍ରଧାନ, ସମ୍ବିତ ମହାକୁଡ଼,ପ୍ରଭଞ୍ଜନ କର୍ମୀ, ବବ୍ରୁବାହାନ କର୍ଣ୍ଣ, ଗୋଆଧାରିତ କୃଷି, କୃଷକ ଓ ପଛୁଆବର୍ଗମାନଙ୍କ ଅଧିକାର ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଧୁ ମଧୁସୂଦନ ଦାସ ଓ ସାଧୁ ଜଗବନ୍ଧୁ ଦାଶ ପ୍ରତ୍ୟୁକ୍ଷ ତତ୍ତ୍ୱବଧାନରେ ଗୋ-ପୂଜନ ଓ ମାହେଶ୍ୱରୀ ଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଆସନ୍ତା ଡିସେମ୍ବର ୨୦ ତାରିଖକୁ “ଡୁମାଲ ଦିବସ’ ରୂପେ ସମଗ୍ର ରାଜ୍ୟରେ ପାଳନ କରିବାକୁ ସ୍ଥିରକୃତ ହୋଇ ରାଜ୍ୟ ସ୍ତରୀୟ ଉତ୍ସବ ବରଗଡ ଠାରେ ପାଳନ କରିବାକୁ ସ୍ଥିର ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ମାହେଶ୍ୱରୀ ସେବକ ଗପବନ୍ଧୁ ପ୍ରଧାନ, କୈଳାସ ଖେତୀ, ସୁଶାନ୍ତ ପ୍ରଧାନ,ପ୍ରଦୀପ ପ୍ରଧାନ ମାନଗୋବିନ୍ଦ ପ୍ରଧାନ, ସୋମ୍ୟରଞ୍ଜନ ମହାକୁଡ଼, ଧନଞ୍ଜୟ ମହାକୁର ପ୍ରକାଶ ପଲିଆ, ଦିଲ୍ଲୀପ କୁମାର କର୍ମୀ, ସିକୁନ ପ୍ରଧାନ, ରିଲୁ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଜିତ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।