୧୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଦାଦନ ଗଡ ହୋଇଥିବା ବେଳେ ସବୁ ସମୟରେ ବେଆଇନ ଦାଦନ ଚାଲାଣ ହେଉଥିବା ନଜରକୁ ଆସୁଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାର ରୋକ୍‌ ଲଗାଇବା ପାଇଁ ଚେଷ୍ଟା ଚଳାଇଥିଲେ ସୁଦ୍ଧା ରୋକିବାରେ ଅସମର୍ଥ ହେଉଛନ୍ତି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତ ପତ୍ରାପାଲି ଗାଁର ଗୌରାଙ୍ଗ ମାହାରଙ୍କ କ୍ଷେତରେ ଦାଦନ ଶ୍ରମିକ ରଖାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ବେଲପଡା ଥାନା ଅଧିକାରୀ ବୁଳୁ ମୁଣ୍ଡା ଖବର ପାଇ ଚଢ଼ାଉ କରି ୭ ଜଣ ପୁରୁଷ ଓ ୭ ଜଣ ମହିଳା ଏବଂ ୩ ଜଣ ଶିଶୁ କୁ ଉଦ୍ଧାର କରି ଜଣକୁ ଗିରଫ କରିଥିଲେ । ଥାନା ପକ୍ଷରୁ ବେଆଇନ ଦାଦନ ଚାଲାଣ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ମହିଳା ଅଫିସର ଦୀପ୍ତିମୟୀ ଶତପଥୀ ସୂଚନା ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ବେଲପଡା ଅଞ୍ଚଳରେ ବହୁ ଗୁଡ଼ିଏ ବିନା ଲାଇସେନ୍ସଧାରୀ ଦଲାଲ୍‌ମାନଙ୍କୁ କିପରି ପୋଲିସ ଚଢ଼ାଉ କରି ପାରୁନାହାନ୍ତି ସାଧାରଣରେ ଆଲୋଚନା ହେଉଛି ।

୧୭ ଦାଦନ ଶ୍ରମିକ ଉଦ୍ଧାରସର୍ଦ୍ଦାର ଗିରଫ
Comments (0)
Add Comment