ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର : ଆସନ୍ତାକାଲିଠାରୁ ସମସ୍ତ ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ରାଜ୍ୟ ଘରୋଇ ବସ୍ ମହାସଂଘର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠୁ ୧୪ହଜାର ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ହେବେ । ତେବେ ଦୀର୍ଘ ୨ ମାସ ଧରି ଯାତ୍ରୀବାହୀ ବସଗୁଡିକ ଅଫରୋଡ ହୋଇଯାଇଥିବାରୁ ସେଗୁଡିକୁ ଫିଟନେସ୍ କରାଯାଇ ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ବସ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ସମସ୍ତ ଘରୋଇ ସିଟିଂ କାପାସିଟିରେ ଚାଲିବ । ସିଟିଂ କାପାଟିସ୍ ବାହାରେ କୌଣସି ବସ୍ ଯାତ୍ରୀ ନେଇପାରିବେ ନାହିଁ । ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିଥିଲେ ବସରେ ଚଢିପାରିବେ । କୋଭିଡ ଲକ୍ଷଣ ଥିବା କୌଣସି ଯାତ୍ରୀ ବସ୍‌ରେ ନ ଉଠିବା ପାଇଁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଘରୋଇ ବସ୍ ମହାସଂଘର ସାଧାରଣ ସଂପାଦକ, ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ବସ୍ ଚଳାଚଳ ପାଇଁ ଆଲୋଚନା କରିଥିଲେ । ଆଲୋଚନା ସକରାତ୍ମକ ଥିଲା । ରାଜ୍ୟ ସରକାର ମହାସଂଘର ବିଭିନ୍ନ ଦାବି ମଧ୍ୟରୁ କେବଳ ୩ମାସର ରୋଡ ଟ୍ୟାକ୍ସ ପାଇଁ ଛାଡ ପାଇଁ ରାଜି ହେବା ପରେ ଏବଂ ଅନ୍ୟାନ୍ୟ ଦାବିଗୁଡିକ ପ୍ରସଂଗରେ ପରବର୍ତ୍ତୀ କାଳରେ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସହମତି ଦେବା ପରେ ସଂଘ ବସ ଚଳାଇବା ପାଇଁ ରାଜି ହୋଇଥିଲେ ।

Comments (0)
Add Comment